19 Oct 2026, Mon

ଏଇଠି ଲ୍ୟାଣ୍ଡଫଲ୍ କଲା ବାତ୍ୟା !

ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତକୁ ନେଇ ଓଡ଼ିଶାରେ ବଢ଼ିଛି ବର୍ଷାର ପ୍ରଭାବ । ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ଏହି ପାଣିପାଗ ପ୍ରଣାଳୀ ସ୍ଥଳଭାଗ ଅତିକ୍ରମ କରିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, କାଳିଙ୍ଗପାଟନମ୍ ନିକଟ ଦେଇ ଏହା ସ୍ଥଳଭାଗକୁ ପ୍ରବେଶ କରିଛି । ଏହି ପାଣିପାଗ ପ୍ରଣାଳୀକୁ ନେଇ ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ହେବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ IMDର ପୂର୍ବାନୁମାନ ଅନୁସାରେ ଏହା ବାତ୍ୟାରେ ପରିଣତ ନହୋଇ Deep Depression ଭାବେ ଉପକୂଳ ଅତିକ୍ରମ କରିଛି । ତେବେ ବାତ୍ୟା ନହେଲେ ମଧ୍ୟ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଏବଂ ଝଡ଼ ପବନର ଆଶଙ୍କା ରହିଛି । ଖବର ଅନୁସାରେ ସେପ୍ଟେମ୍ବର ୨୩ ତାରିଖ ସନ୍ଧ୍ୟା ସମୟରେ ଏହି Deep Depression କାଳିଙ୍ଗପାଟନମ୍‌ର ଦକ୍ଷିଣ-ପଶ୍ଚିମ ଦିଗରେ ରହିଥିଲା ଏବଂ ଗୋପାଳପୁର-ବିଶାଖାପାଟନମ୍ ମଧ୍ୟରେ ଉପକୂଳ ଅତିକ୍ରମ କରିବାର ପୂର୍ବାନୁମାନ ଥିଲା । ଦକ୍ଷିଣ ଓଡ଼ିଶା ଉପକୂଳରେ ସମୁଦ୍ର ଅବସ୍ଥା ମଧ୍ୟ ଅତ୍ୟନ୍ତ ଅଶାନ୍ତ ରହିବା ନେଇ ସତର୍କତା ଜାରି ହୋଇଥିଲା । ଏହାର ପ୍ରଭାବରେ କୋରାପୁଟ, ମାଲକାନଗିରି ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭାରି ବର୍ଷା ରେକର୍ଡ ହୋଇଛି । କୋରାପୁଟରେ ସେପ୍ଟେମ୍ବର ୨୩ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟାରେ ୧୧୬.୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା IMD ତଥ୍ୟରେ ଦର୍ଶାଯାଇଛି । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ସହ ଝଡ଼ପବନର ଆଶଙ୍କା ରହିଥିଲା । ଉପକୂଳ ଅଞ୍ଚଳରେ ମଧ୍ୟ ସମୁଦ୍ର ଅଶାନ୍ତ ରହିଥିବାରୁ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଥିଲା । ଏବେ ସ୍ଥଳଭାଗ ଅତିକ୍ରମ କରିବା ପରେ ଏହି ପ୍ରଣାଳୀ ଧୀରେ ଧୀରେ ଦୁର୍ବଳ ହେବା ଆଶା କରାଯାଉଛି । ତେବେ ଏହାର ପରବର୍ତ୍ତୀ ପ୍ରଭାବରେ ଆହୁରି କିଛି ସ୍ଥାନରେ ଭାରି ବର୍ଷା ଜାରି ରହିପାରେ । IMDର ପୂର୍ବାନୁମାନ ଅନୁସାରେ, ସେପ୍ଟେମ୍ବର ୨୪ ପରେ ମଧ୍ୟ କିଛି ଅଞ୍ଚଳରେ ଭାରିରୁ ଅତି ଭାରି ବର୍ଷାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *