• Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351

26 Oct 2026, Mon

ଗ୍ୟାସ୍ ସିଲିଣ୍ଡର ଦାମ୍ ୭୦୦୦ ଟଙ୍କା !

ପାକିସ୍ତାନରେ ହୁ ହୁ ହୋଇ ବଢ଼ୁଛି ରନ୍ଧନ ଗ୍ୟାସ୍ ଦର। ଏଲପିଜି ସିଲିଣ୍ଡର କିଣିବା ଏବେ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଯେଉଁ ୧୨ କିଲୋଗ୍ରାମ୍‌ର ଗ୍ୟାସ୍ ସିଲିଣ୍ଡର ପାଇଁ ପୂର୍ବରୁ ପ୍ରାୟ ୪ ହଜାର ୫୦୦ ପାକିସ୍ତାନୀ ଟଙ୍କା ଦେବାକୁ ପଡ଼ୁଥିଲା, ତାହାର ଦାମ୍ ବଢ଼ି ପ୍ରାୟ ୭ ହଜାର ଟଙ୍କାରେ ପହଞ୍ଚିଛି । ଅର୍ଥାତ୍, କିଛି ଦିନ ମଧ୍ୟରେ ସିଲିଣ୍ଡର ପିଛା ପ୍ରାୟ ୨ ହଜାର ୫୦୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ରୋଷେଇ ଘରର ବଜେଟ୍ ବିଗିଡ଼ିବା ଆଶଙ୍କା ଦେଖାଦେଇଛି । ପାକିସ୍ତାନରେ ଗ୍ୟାସ୍ ସଙ୍କଟ ପଛରେ ରହିଛି ଯୋଗାଣ ବ୍ୟବସ୍ଥାରେ ବାଧା। ଇରାନରୁ ପାକିସ୍ତାନକୁ ଏଲପିଜି ଯୋଗାଣ ପ୍ରଭାବିତ ହୋଇଥିବାରୁ ବଜାରରେ ଗ୍ୟାସ୍ ଉପଲବ୍ଧତାକୁ ନେଇ ଚିନ୍ତା ବଢ଼ିଛି। ସୂଚନା ଅନୁସାରେ, ଅକ୍ଟୋବର ୧୭ରୁ ଇରାନ ଓ ପାକିସ୍ତାନ ମଧ୍ୟରେ ଥିବା ଦୁଇଟି ପ୍ରମୁଖ ସୀମାପଥ ବନ୍ଦ ରହିଛି। ଏହି ପଦକ୍ଷେପ ପଛରେ ଉଭୟ ଦେଶ ଭିନ୍ନ ଭିନ୍ନ କାରଣ ରହିଥିବା ରିୋପର୍ଟରେ ପ୍ରକାଶ ପାଇଛି । ପାକିସ୍ତାନର ଏଲପିଜି ଯୋଗାଣରେ ଇରାନର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଇରାନ ବ୍ୟତୀତ ଇରାକ ଓ ଓମାନ ଭଳି ଦେଶରୁ ମଧ୍ୟ ପାକିସ୍ତାନକୁ ଗ୍ୟାସ୍ ଆମଦାନି କରାଯାଏ। ତେଣୁ ଆମଦାନି ଓ ପରିବହନରେ ବାଧା ସୃଷ୍ଟି ହେଲେ ଘରୋଇ ବଜାରରେ ଏହାର ପ୍ରଭାବ ପଡ଼ିବା ସ୍ୱାଭାବିକ। ପାକିସ୍ତାନର ପେଟ୍ରୋଲିୟମ ମନ୍ତ୍ରୀ ଅଲ୍ଲୀ ପରଭେଜ ମଲ୍ଲିକଙ୍କ ସୂଚନା ଅନୁସାରେ, ଦେଶରେ ପ୍ରତିଦିନ ପ୍ରାୟ ୬ ହଜାର ୫୦୦ରୁ ୭ ହଜାର ଟନ୍ ଏଲପିଜି ଆବଶ୍ୟକ ହୋଇଥାଏ। କିନ୍ତୁ ଦେଶ ଭିତରେ ଦୈନିକ ଉତ୍ପାଦନ ହେଉଛି ପ୍ରାୟ ୨ ହଜାରରୁ ୨ ହଜାର ୫୦୦ ଟନ୍। ବାକି ଆବଶ୍ୟକତା ପୂରଣ ପାଇଁ ବିଦେଶରୁ ଗ୍ୟାସ୍ ଆମଦାନି କରିବାକୁ ପଡ଼ୁଛି। ଅର୍ଥାତ୍, ଘରୋଇ ଉତ୍ପାଦନ ଦେଶର ମୋଟ ଚାହିଦା ପୂରଣ କରିବାକୁ ଯଥେଷ୍ଟ ନୁହେଁ। ଏଭଳି ସ୍ଥିତିରେ ଆମଦାନି ଯୋଗାଣରେ ସାମାନ୍ୟ ବାଧା ମଧ୍ୟ ବଜାର ଉପରେ ଚାପ ସୃଷ୍ଟି କରିପାରେ। ଏହା ସହିତ ହୋର୍ମୁଜ୍ ଜଳମାର୍ଗରେ ଆଞ୍ଚଳିକ ସଂଘର୍ଷ ଓ ପରିବହନ ସମସ୍ୟା ଯୋଗୁଁ ଶକ୍ତି ଯୋଗାଣ ଉପରେ ଚାପ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ରହିଛି। ଏଲପିଜି ଦର ବୃଦ୍ଧିର ପ୍ରଭାବ କେବଳ ରୋଷେଇ ଘରରେ ସୀମିତ ରହେ ନାହିଁ। ହୋଟେଲ୍, ଛୋଟ ଖାଦ୍ୟ ବ୍ୟବସାୟ ଓ ଅନ୍ୟାନ୍ୟ କ୍ଷେତ୍ରର ଖର୍ଚ୍ଚ ମଧ୍ୟ ବଢ଼ିପାରେ। ଯୋଗାଣ ସ୍ୱାଭାବିକ ନହେଲେ ଗ୍ରାହକଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡ଼ିବା ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *