19 Oct 2026, Mon

ଖୋଲିଲା ରେଖାଙ୍କ ସୁନ୍ଦରତାର ସିକ୍ରେଟ !

ସିନେମା ପରଦା ହେଉ ଅବା ସାଧାରଣ କାର୍ଯ୍ୟକ୍ରମ ସବୁଠି ଲକ୍ଷ ଲକ୍ଷ ଯୁବକଙ୍କ ମନ ଚୋରୀ ନେଉଥିବା ଅଭିନେତ୍ରୀ ରେଖା ଆଜି ବି ତାଙ୍କ ସୁନ୍ଦରାତାକୁ ମଳିନ ପଡିବାକୁ ଦେଇନାହାନ୍ତି । ବଲିଉଡର ସେହି ସଦାବାହାର୍ ଅଭିନେତ୍ରୀ ୭୧ ବର୍ଷ ବୟସରେ ବି 17 ବର୍ଷର ପରି ନିଜ ସୁନ୍ଦରାତାକୁ ସମ୍ଭାଳି ରଖିଛନ୍ତି । ବୟସର ଏହି ପାହାଚରେ ବି ତାଙ୍କ ଗ୍ଲାମରସ୍ ଅନ୍ଦାଜ,ଚମକଦାର୍ ତ୍ବଚା ଏବଂ ରାଣୀଙ୍କ ପରି ସୁନ୍ଦରତା ଆଜି ବି ଲୋକଙ୍କୁ ଆଶ୍ଚର୍ଯ୍ୟ କରେ । ଦିନେ ବିଗ୍ ବିଙ୍କ ସହ ପ୍ରେମ ସଂପର୍କକୁ ନେଇ ଯେତିକି ଚର୍ଚ୍ଚାରେ ରହିଥିଲେ ଅଭିନେତ୍ରୀ ରେଖା ଆଜି ଏତେ ବର୍ଷରେ ବି ତାଙ୍କ ବିୟୁଟି ଏବଂ ଫିଟନେସକୁ ନେଇ ସବୁବେଳେ ଆଲୋଚନା ଚାଲିଥାଏ । ତେବେ ଯେତେବେଳେ ବି ରେଖାଙ୍କ ବିୟୁଟି ବିଷୟରେ ଚର୍ଚ୍ଚା ହୁଏ ତାଙ୍କ ଲାଇଫଷ୍ଟାଇଲ୍ କ’ଣ ରହୁଥିବ ଏହି ପ୍ରଶ୍ନ ମନକୁ ଆସେ । ବାସ୍ତବରେ ଏକ ସାକ୍ଷାତକାର ଅନୁସାରେ ଅଭିନେତ୍ରୀ ନିଜ ତ୍ବଚାକୁ ହାଇଡ୍ରେଟ୍ ରଖିବା ପାଇଁ ରେଖା ପ୍ରଚୁର ପାଣି ପିଅନ୍ତି । ଶରୀରରେ ପାଣିର ଅଭାବ ହେଲେ ତ୍ବଚା ଶୁଖିଲା ଦେଖାଯାଏ ତେଣୁ ରେଖା ଦୈନିକ ପ୍ରଚୁର ପାଣି ପିଅନ୍ତି । ବୟସ ବଢ଼ିବା ସଙ୍ଗେ ସଙ୍ଗେ ତ୍ବଚାର ଧ୍ୟାନ ନ ନେଲେ କମ୍ ବୟସରୁ ବୟସ୍କ ରେଖା ମୁହଁରେ ଦେଖିବାକୁ ମିଳେ । ତେଣୁ କ୍ଲିଞ୍ଜିଙ୍ଗ୍,ମଇଶ୍ଚରାଇଜିଂ ଏବଂ ସନସ୍କ୍ରିନ୍ କୁ ଦିନଚର୍ଯ୍ୟାରେ ସାମିଲ୍ କରିବା ନିହାତି ଦରକାର । ନିୟମିତ ସ୍କିନ୍ କେୟାର୍ ଦ୍ବାରା ତ୍ବଚା ନରମ ହୋଇଥାଏ ଏବଂ ସନସ୍କ୍ରିନ୍ ଖରା ଦାଉରୁ ରକ୍ଷା କରିଥାଏ । ରେଖାଙ୍କ ଲମ୍ବା ଏବଂ ମୋଟା ଚୁଟି ମଧ୍ୟ ତାଙ୍କ ବିୟୁଟିକୁ ଆହୁରି ବଢ଼ାଇଦିଏ । ଯୁବତୀ ଅବସ୍ଥାରୁ ରେଖା ଦହି ଏବଂ ମହୁର ମିଶ୍ରଣ ଚୁଟିରେ ଲଗାନ୍ତି ବୋଲି ଗୋଟିଏ ରିପୋର୍ଟରେ ପ୍ରକାଶିତ ହୋଇଥିଲା । ଶାମ୍ପୁ,କଣ୍ଡିସନର୍ କରିବା ସହ ସେ ଚୁଟିକୁ ହିଟ୍ ଷ୍ଟାଇଲରୁ ଦୂରେଇ ରଖନ୍ତି । ଚୁଟିର ମଜବୁତ ପାଇଁ ପ୍ରୋଟିନ୍, ଆଇରନ୍ ଯୁକ୍ତ ପୋଷକ ତତ୍ତ୍ବ ଖାଆନ୍ତୁ । ସେ ନିଜକୁ ଫିଟ୍ ରଖିବା ପାଇଁ ଯୋଗଭ୍ୟାସ କରିବା ସହିତ ନିୟମିତ ଘରୋଇ ସନ୍ତୁଳିତ ଆହାର ଖାଇଥା’ନ୍ତି । ଆମିଷ,ତୈଳ ଏବଂ ମସଲାଯୁକ୍ତ ଖାଦ୍ୟ ଭଳି ଖାଦ୍ୟ ନଖାଇ ସେ ସାତ୍ତ୍ବିକ ଆହାରକୁ ପ୍ରାଧାନ୍ୟ ଦେଇଥା’ନ୍ତି । ଦିନକୁ ପାଖାପାଖି ୭ ରୁ ୯ ଘଣ୍ଟା ଶୁଅନ୍ତି ରେଖା । ସମୟରେ ଶୋଇବା,ଖାଇବା ଏବଂ ଉଠିବା ରୁଟିନକୁ କଡ଼ାକଡ଼ି ଭାବେ ଫଲୋ କରନ୍ତି ରେଖା । ଏମିତିକି ଶୋଇବା ପୂର୍ବରୁ ଏବଂ ବିଛଣାରୁ ଉଠୁ ଉଠୁ ମୋବାଇଲ୍ ଦେଖିବାକୁ ଜମାରୁ ପସନ୍ଦ କରନ୍ତିନି ରେଖା । ସୁସ୍ଥ ଏବଂ ଆକର୍ଷଣୀୟ ଦେଖାଯିବା ପାଇଁ କେବଳ ବାହାର ନୁହେଁ ଭିତରକୁ ମଧ୍ୟ ସୁସ୍ଥ ରଖିବାକୁ ପଡ଼ିବ । ତେଣୁ ଅଯଥା ଚିନ୍ତାରୁ ଦୂରେଇ ରହି ନିୟମିତ ୱାକ୍,ବ୍ୟାୟାମ ଭଳି ୱାର୍କଆଉଟ୍ କରିବା ସହ ନିଜ ମନପସନ୍ଦର କାମ କରିବାକୁ ଅଧିକ ପସନ୍ଦ କରନ୍ତି ରେଖା ।

Leave a Reply

Your email address will not be published. Required fields are marked *