19 Oct 2026, Mon

ପୁଣି ଏକାଠି ନଜର ଆସିଲେ ବିଜୟ-ତ୍ରିଶା !

ପୁଣି ଥରେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି ତ୍ରିଷା ଓ ବିଜୟ । ମୁଖ୍ୟମନ୍ତ୍ରୀ ହେବା ପରେ ସିଏମ ବିଜୟ ଓ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଥମୁନି ଚର୍ଚ୍ଚା । ସୋସିଆଲ ମିଡିଆରେ ପୁଣି ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏବଂ ଅଭିନେତା ନିଜୟ ସାଉଥ ଆକ୍ଟର-ରେସର ଅଜିତ୍ କୁମାରଙ୍କ ମିସେଲିନ୍ ଲେ ମାନ୍ସ କପ୍ ଦୌଡ଼ ପାଇଁ ସିଲଭରଷ୍ଟୋନରେ ଦେଖାଯାଉଛି, ସୋସିଆଲ ମିଡିଆରେ ପ୍ରସାରିତ ହେଉଛି । ତ୍ରିଶା କୃଷ୍ଣନ୍ ମଧ୍ୟ ଉପସ୍ଥିତ ଥିଲେ। କ୍ଲିପ୍‌ଗୁଡ଼ିକରେ, ବିଜୟଙ୍କୁ ସିଲଭରଷ୍ଟୋନ୍ ରାଉଣ୍ଡ ପୂର୍ବରୁ ସର୍କିଟରେ ଅଜିତଙ୍କୁ ସ୍ୱାଗତ କରୁଥିବାର ଦେଖାଯାଉଛି । ଏହି କ୍ଲିପ୍‌ଗୁଡ଼ିକ ଅନଲାଇନରେ ଭାଇରାଲ ହେଉଛି । ଯାହା ବ୍ୟାପକ ଦୃଷ୍ଟି ଆକର୍ଷଣ କରୁଛି । ୟୁକେରେ ରହୁଥିବା ବିଜୟ ଏବଂ ଅଜିତଙ୍କ ପ୍ରଶଂସକମାନେ ଯେତେବେଳେ ଜାଣିଲେ ଯେ ଏହି ଦୁଇ ଷ୍ଟାର ‘ଲେ ମାନ୍ସ ରେସ୍’ ପାଇଁ ସିଲଭରଷ୍ଟୋନ୍‌ରେ ରହିବେ, ସେତେବେଳେ ସେମାନେ ବହୁ ସଂଖ୍ୟାରେ ସେଠାରେ ପହଞ୍ଚିଥିଲେ ।

ରେସ୍‌ ପୂର୍ବରୁ ବିଜୟ ଏବଂ ଅଜିତ ଯେତେବେଳେ ଏକ ଟେଣ୍ଟରେ ଅପେକ୍ଷା କରିଥିଲେ, ସେତେବେଳେ ପ୍ରଶଂସକମାନେ ତ୍ରିଶାଙ୍କୁ ମଧ୍ୟ ସେମାନଙ୍କ ସହିତ ଦେଖିଥିଲେ । ଜଣେ ପ୍ରଶଂସକ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ଲେଖିଥିଲେ, “AK ଏବଂ ଥଲପତିଙ୍କ ଟେଣ୍ଟରେ ତ୍ରିଶାଙ୍କୁ ଦେଖିବାକୁ ମିଳିଲା ।” ତ୍ରିଶା କୃଷ୍ଣନ ଶନିବାର ସିଲଭରଷ୍ଟୋନ୍‌ରେ ପହଞ୍ଚିଥିଲେ । ରେସିଂ ସର୍କିଟ୍‌ରେ ଥିବା ଟେଣ୍ଟକୁ ଯିବା ପୂର୍ବରୁ ତାଙ୍କୁ ଜିନ୍ସ, ଟି-ଶାର୍ଟ ଏବଂ ମାରୁନ୍ କଲରର ଜ୍ୟାକେଟ୍ ପିନ୍ଧି କାରରୁ ବାହାରକୁ ଆସୁଥିବାର ଦେଖିବାକୁ ମିଳିଥିଲା । ଅଜିତଙ୍କ ରେସ୍ ମଧ୍ୟରେ ମୁଖ୍ୟମନ୍ତ୍ରୀ ବିଜୟ, ତ୍ରିଶା କୃଷ୍ଣନ୍ ଏବଂ ଆଧବଙ୍କୁ ଷ୍ଟାଣ୍ଡରେ ଏକାଠି ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା । କିଛି ସମୟ ପାଇଁ ତାଙ୍କ ଉପରେ କ୍ୟାମେରା ପଡ଼ିଥିଲା । ଯେଉଁ ସମୟରେ ତ୍ରିଶା ତଳେ କଣ ଘଟୁଛି ଦେଖିବାକୁ ଚାହିଁଥିଲାବେଳେ ବିଜୟ କିନ୍ତୁ ତ୍ରିଶାଙ୍କୁ ଦେଖୁଥିବାର ନଜର ଆସିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । କଳା ଟି ସାର୍ଟ ସହିତ ମାଟିଆ ଜ୍ୟାକେଟରେ ବିଜୟ ନଜର ଆସିଥିଲାବେଳେ ତ୍ରିଶାଙ୍କୁ ଜିନ୍ସ, ଏକ ଧଳା ଟି-ସାର୍ଟ ଏବଂ ଏକ ମାଟିଆ ଜ୍ୟାକେଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ସିଲଭରଷ୍ଟୋନ୍‌ରୁ ଆଉ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ବିଜୟ ରେସିଂ ସର୍କିଟ୍‌ରେ ଦ୍ରୁତ ଗତିରେ ଅଜିତଙ୍କ ଆଡ଼କୁ ଯାଇ ତାଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି । ମିଶେଲିନ ଲେ ମାନ୍ସ କପ୍‌ର ସିଲଭରଷ୍ଟୋନ୍ ରାଉଣ୍ଡ ପୂର୍ବରୁ ଅଜିତ ନିଜେ ବିଜୟଙ୍କୁ ଭେନ୍ୟୁରେ ସ୍ୱାଗତ କରିଥିଲେ ।

Leave a Reply

Your email address will not be published. Required fields are marked *