କଂଗ୍ରେସ ପକ୍ଷରୁ ଗୁରୁବାର ଦିନ ଡକାଯାଇଥିବା ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ ଯୋଗୁଁ ରାଜଧାନୀ ଭୁବନେଶ୍ୱରରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବନ୍ଦକୁ ‘ଇଣ୍ଡିଆ’ (INDIA) ମେଣ୍ଟର ଅନ୍ୟ ଦଳଗୁଡ଼ିକ ମଧ୍ୟ ସମର୍ଥନ ଜଣାଇଥିଲେ। ତେବେ ୪ ଦଫା ଦାବି ନେଇ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ବନ୍ଦ ପାଳନ ଜାରି ରହିବ। ସେଥିରେ MMDR ବିଲ୍ ପ୍ରତ୍ୟାହାର, CECଙ୍କ ଇସ୍ତଫା ଦାବି ସହ ବହିତ୍ରୁଟି ମଧ୍ଯ ସାମିଲ ରହିଛି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି । ତେବେ ଏହି ବନ୍ଦ ପାଳକୁ ସମର୍ଥନ କରିବାକୁ ଜନସାଧାରଣଙ୍କୁ ଅପିଲ କରିଛି କଂଗ୍ରେସ । ଏହାର ପ୍ରଭାବ ସାଧାରଣ ଜୀବନ ଯାତ୍ରା ଉପରେ ପ୍ରଭାବ ମଧ୍ୟ ପକାଇଛି । ଅଟୋ ଚାଳକ ସଂଘ ପକ୍ଷରୁ ଓଡ଼ିଶା ବନ୍ଦକୁ ସମର୍ଥନ ଜଣାଇଛନ୍ତି । ସକାଳୁ ସକାଳୁ ବନ୍ଦର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଦୋକାନ, ବଜାର ଏବଂ ପେଟ୍ରୋଲ ପମ୍ପ ଉପରେ ବନ୍ଦର ପ୍ରଭାବ ପଡିପାରେ । କିନ୍ତୁ ଜରୁରୀକାଳୀନ ସେବା ଜାରି ରହିବ । ହସ୍ପିଟାଲ, ଆମ୍ବୁଲାନ୍ସ, ଦମକଳ ସେବା, ମେଡିସିନ୍ ଦୋକାନ ଖୋଲା ରହିବ ।

